ସୌନ୍ଦର୍ଯ୍ୟକରଣ, ପରିମଳ ଓ ସହରୀ କ୍ରିୟାଶୀଳତା ପ୍ରକଳ୍ପ ବାବଦରେ ବିଏମସିର ତଥ୍ୟ ଉପସ୍ଥାପନ | News Room Odisha

ସୌନ୍ଦର୍ଯ୍ୟକରଣ, ପରିମଳ ଓ ସହରୀ କ୍ରିୟାଶୀଳତା ପ୍ରକଳ୍ପ ବାବଦରେ ବିଏମସିର ତଥ୍ୟ ଉପସ୍ଥାପନ

ଭୁବନେଶ୍ୱର: ଗତ କାଲି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ , ଭୁବନେଶ୍ୱର ମହାନଗର ନିଗମ ତରଫରୁ କରାଯାଇଥିବା ସୌନ୍ଦର୍ଯ୍ୟକରଣ , ପରିମଳ ଏବଂ ସହରୀ କ୍ରିୟାଶୀଳତା ( ସିଟି ଆକ୍ଟିଭେସନ ) କାର୍ଯ୍ୟ ଗୁଡିକର ବର୍ଣ୍ଣନାତ୍ମକ ଉପସ୍ଥାପନା କରାଯାଇଛି । କାର୍ଯ୍ୟକ୍ରମରେ ପୌରହିତ୍ୟ କରି ମେୟର ସୁଲୋଚନା ଦାସ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଏମସିର ବିଶଦ କାର୍ଯ୍ୟ ଏବଂ ଏଥିରେ ନାଗରିକମାନଙ୍କର ଅକୁଣ୍ଠ ସହ ଯୋଗ ବାବଦରେ ଜଣାଇଥିଲେ । ଆମ ରାଜ୍ୟ ତଥା ସହରର ସୌଭାଗ୍ୟ ଯେ , ଆମେ ଲଗାତର ଦୁଇ ଦୁଇଥର ବିଶ୍ବକପ ହକିର ଆୟୋଜନ କରୁଛେ । ଏଥିପାଇଁ ବିଏମସିର ଯେଉଁ ପ୍ରମୁଖ ଦାୟୀତ୍ବ ରହିଛି , ଏହାକୁ ସମୟସୀମା ମଧ୍ୟରେ କରି ଦେଖାଇବାରେ ଆମେ ସମର୍ଥ ହୋଇପାରିଛୁ । ପ୍ରମୁଖ କାର୍ଯ୍ୟଗୁଡିକ ହେଲା ପ୍ଲେସ ମେକିଂ , ଯାହାକି କେତେକ ସ୍ଵତନ୍ତ୍ର ସ୍ଥାନକୁ ସହରୀ ଢଙ୍ଗରେ ବ୍ୟବହାର ଯୋଗ୍ୟ କରାଯାଇଛି , ଯେଉଁଥିରେ କି ସୌନ୍ଦର୍ଯ୍ୟକରଣ , ଆଲୋକୀକରଣ ଏବଂ ସବୁଜୀକରଣ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି କ୍ରମରେ ସହରର ପ୍ରମୁଖ ୨୭ଟି ସ୍ଥାନର ଉନ୍ନତି କରଣ କରାଯାଇଛି ।

ସେଗୁଡିକ ହେଲା

  • ଲକ୍ଷ୍ମୀ ସାଗର ଗୋଲେଇଛକ
  • ଇପିକଲ ଓ ଇଡକୋ ସମ୍ମୁଖ
  • ରମାଦେବୀ କଲେଜ ସମ୍ମୁଖ
  • ପଠାଣୀ ସାମନ୍ତ ପ୍ଲାନେଟୋରିୟମ ସମ୍ମୁଖ
  • ଆପୋଲ ହସପିଟାଲ ମଝି
  • କେୟାର ହସପିଟାଲ ପ୍ଲାକା
  • ଖିମଜୀ ଫ୍ରଟେଜ ପ୍ଲାଜା
  • ଓଏସସିବି ଆଗରେ ଥିବା ପାର୍କ
  • ବିଡିଏ – ବୟନିକା ଗଳି
  • ଇନ୍‌ଫୋସିସ ଛକ
  • ଜୟଦେବ ବିହାର
  • ୟୁନିଟ ୪ ଆକାଶ ସମ୍ମୁଖ
  • ପୋଖରିପୁଟ ଗୋଲେଇ ଛକ
  • ଆପୋଲ ସାଇଡ୍ ରୋଡ ଏଡ଼ଜ
  • ରସୁଲଗଡ ଟ୍ରାଫିକ ଆଇଲ୍ୟାଣ୍ଡ
  • ଆଇଡି ମାର୍କେଟ
  • ଗଣ୍ଡମୁଣ୍ଡା
  • କଳ୍ପନା ଛକ
  • ମ୍ୟୁଜିୟମ ଛକ
  • ବିଏମସି ଅଫିସ ଏଡ଼ଜ
  • ଫାୟାରଷ୍ଟେସନ ଛକ
  • ଜୟଦେବ ବିହାର ଜୋନ – ୪ ( ଟିଟିଡି ମଣ୍ଡପ )
  • ବିଡିଏ କେଶରୀ ଲେନ୍
  • ଏମଏଲସିପି ଫ୍ରଟ , ୟୁନିଟ୍ – ୨
  • ବାଣୀବିହାର
  • ବେହେରାସାହି
  • ଖଣ୍ଡଗିରି

ସୂଚନା ଯୋଗ୍ୟ କି ଯୁଦ୍ଧକାଳୀନ ଭିତିରେ କରାଯାଇଥିବା ପରିମଳ ଏବଂ ସୌନ୍ଦର୍ଯ୍ୟକରଣର ଭୂମୀ ବିନ୍ୟାସ ନାଗରିକ ଏବଂ ପର୍ଯ୍ୟଟକଙ୍କ ମନଛୁଆଁ ହୋଇପାରିଛି । ତେବେ ଏହି କାର୍ଯ୍ୟକୁ ଜନମାନସରେ ପହଂଚାଇବା ପାଇଁ ଗଣମାଧ୍ୟମଗୁଡିକ ପ୍ରମୁଖ ଭୂମିକା ନେଇଛନ୍ତି ବୋଲି କହିଥିଲେ ମେୟର । ଏହାପରେ କାର୍ଯ୍ୟଗୁଡିକର ଭିଡିଓ ଚିତ୍ର ଉପସ୍ଥାପନା କରାଯାଇଥିଲା ।
ଅନ୍ୟପକ୍ଷରେ କମିଶନର ବିଜୟ ଅମୃତ କୁଲାଙ୍ଗେ ସହରରେ ଚାଲିଥିବା ସବୁଜୀକରଣ , ଭୂମୀ ବିନ୍ୟାସ ଆକର୍ଷଣୀୟ ହୋଇଛି କହିଥିଲେ । ବିଏମସି ତରଫରୁ ୨୫ କିଲୋମିଟର ଅଂଚଳ ଭୂମୀ ବିନ୍ୟାସ ପାଇଁ କରାଯାଇଥିବା ବେଳେ ଷ୍ଟାମ୍ପ ୩.୦ ଅଧିନରେ ରାଜ୍ୟସ୍ତରୀୟ , ଜାତୀୟସ୍ତରୀୟ ଏବଂ ଆନ୍ତର୍ଜାତୀୟସ୍ତରୀୟ ସୁପତିମାନଙ୍କୁ ନେଇ ୪୨ ଗୋଟି ସ୍ଥାପତ୍ୟ କାମ କରାଯାଇ ସହରର ଶୋଭା ବର୍ଦ୍ଧନରେ ସହାୟକ ହୋଇପାରିଛି । ବିଶେଷ କରି ନାଗରିକ , ଗୋଷ୍ଠୀ ସଂଗଠନ ଯାହାକି ଏସଏଚଜି , ଆବାସିକ ସଂଗଠନ ବା ଆଇଡବ୍ଲ୍ୟୁ ଇତ୍ୟାଦିଙ୍କ ସହଯୋଗରେ ସହରୀ କ୍ରିୟାଶୀଳତାର ଉଦୟ ଏବଂ ବେଗ ମନଛୁଆଁ ହୋଇପାରିଛି । ଭୁବନେଶ୍ୱରକୁ ଆସୁଥିବା ୧୬ଟି ଦେଶର ଖେଳାଳୀ ଏବଂ ପର୍ଯ୍ୟଟକଙ୍କୁ ଆମେ ନିଜର ଆତିଥ୍ୟ ଭାବ ପୋଷଣ କରିବା ପାଇଁ ସେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।

ସିଟି ଆକ୍ଟିଭେସନ ବା ସହରୀ କ୍ରିୟାଶୀଳତାରେ ସହରର ସବୁ ବର୍ଗର ଅଂଶଗ୍ରହଣ ବିଏମସିର ଅନ୍ତର୍ଭୁକ୍ତି କରଣରଣନୀତିର ଉପସ୍ଥାପନା କରିଛି । ସୂଚନାଯୋଗ୍ୟକି ଚଳିତମାସ ୧୦ ତାରିଖ ସୁଦ୍ଧା ୨୧୪ ଗୋଟି ବସ୍ତି , ସଂଗଠନ ୬୩ ଗୋଟି ଆରଡବ୍ଲ୍ୟୁଏ , ୪୬୮ଟି ବିଦ୍ୟାୟତନ ଏବଂ ୧୧ ଗୋଟି ପାର୍କରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯାହାକି , ଝୋଟି , ପୁଚି , ଦୌଡ , ହକି , ଗୀତ ଓ ନାଚ , ଗଳ୍ପକଥନ , ଶପଥ ଗ୍ରହଣ , ଭାରତୀୟ କ୍ରିଡା ତାରକାଙ୍କ ଶୁଭ କାମନା , ଦସ୍ତଖତ ଅଭିଯାନ , ଗଣଦୌଡ , ୱାକାଥନ , ସାଇକେଲ ରାଲି , କବିତା , କୁଇଜ୍ ଏବଂ ପଥ ଉତ୍ସବରେ ପୁରି ଉଠୁଛି ଭୁବନେଶ୍ବର ସହର । ଉକ୍ତ ସମ୍ମିଳନୀରେ ଅତିରିକ୍ତ କମିଶନର – ୧ ଲକ୍ଷ୍ମୀକାନ୍ତ ସେଠୀ , ଅତିରିକ୍ତ କମିଶନର – ୨ ବିନୟ କୁମାର ଦାଶ , ଅତିରିକ୍ତ କମିଶନର – ୩ ସୂର୍ଯ୍ୟବଂଶୀ ମୟୂରବିକାଶ ଏବଂ ପରିମଳ ଷ୍ଟାଣ୍ଡିଂ କମିଟର ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୂପକାର ପ୍ରମୁଖ ଉପସ୍ଥିତ ଥିଲେ ।