ବଲାଙ୍ଗୀରରେ ଉପଖଣ୍ଡସ୍ତରୀୟ ଲୋକଉତ୍ସବ ଉଦଘାଟିତ | News Room Odisha

ବଲାଙ୍ଗୀରରେ ଉପଖଣ୍ଡସ୍ତରୀୟ ଲୋକଉତ୍ସବ ଉଦଘାଟିତ

ବଲାଙ୍ଗୀର, ୧୩/୦୧: ବଲାଙ୍ଗୀର ଟାଉନ ହଲରେ ଉପଖଣ୍ଡସ୍ତରୀୟ ଲୋକଉତ୍ସବ ଉଦଘାଟିତ ହୋଇଛି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନେ ବିମୋହିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା , ଏସପି ନୀତିନ କୁଶଳକର , ଉପଜିଲ୍ଲାପାଳ କୁମାର ନାଗଭୂଷଣ , ସ୍ତ୍ରୀ ତଥା ପ୍ରସୂତୀ ରୋଗ ବିଶେଷଜ୍ଞ ତଥା କଳାକାର ଡା . ରୁଦ୍ରନାରାୟଣ ପଟେଲ , କଳାକାର ଅଶୋକ ଥନାପତି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଗ୍ରାମାଞ୍ଚଳରୁ ଆସିଥିବା ବିଭିନ୍ନ କଳାକାର ଓ ସାଂସ୍କୃତିକ ସଙ୍ଗଠନ ତରଫରୁ କଳା ପ୍ରଦର୍ଶନ ହୋଇଥିଲା । ସେହିପରି କଳା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।