ଚମକିଲେ ଲୋକାଲ ବୟ ଅମିତ ରୋହିଦାସ, ବିର୍ସା ମୁଣ୍ଡାରେ ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ | News Room Odisha

ଚମକିଲେ ଲୋକାଲ ବୟ ଅମିତ ରୋହିଦାସ, ବିର୍ସା ମୁଣ୍ଡାରେ ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ

ରାଉରକେଲା – ବିଜୟ ସହ ବିଶ୍ୱକପ ହକିରେ ଅଭିଯାନ ଆରମ୍ଭ କରିଛି ଭାରତ । ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପୁଲ ‘ଡି’ ରେ ଭାରତ ନିଜର ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ହରାଇଛି । ଭାରତୀୟ ଦଳର ଏହି ବିଜୟରେ ଓଡ଼ିଆ ତାରକା ତଥା ଉପ ଅଧିନାୟକ ଅମିତ ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅମିତ ପ୍ରଥମ କ୍ୱାର୍ଟରରେ ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ହାର୍ଦ୍ଦିକ ସିଂହ ଆଉ ଗୋଟିଏ ଗୋଲ ସ୍କୋର କରିଥିଲେ । ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତ ୨-୦ ଗୋଲରେ ଆଗୁଆ ଥିଲା । ଭାରତର ମ୍ୟାଚ ଦେଖିବାକୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଦର୍ଶକରେ ଭରପୂର ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ମ୍ୟାଚ ଦେଖିଥିଲେ । ପୂର୍ବରୁ ଏହି ଗ୍ରୁପ ରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ , ୱେଲସକୁ ୫-୦ ଗୋଲରେ ହରାଇଥିଲା ।