ମା' ତାରିଣୀଙ୍କ ଦର୍ଶନ ପାଇଁ ବାହାରିଥିଲେ ୭ ସାଙ୍ଗ, କାର ଦୁର୍ଘଟଣାରେ ୨ ମୃତ, ୫ ଆହତ | News Room Odisha

ମା’ ତାରିଣୀଙ୍କ ଦର୍ଶନ ପାଇଁ ବାହାରିଥିଲେ ୭ ସାଙ୍ଗ, କାର ଦୁର୍ଘଟଣାରେ ୨ ମୃତ, ୫ ଆହତ

ଯାଜପୁର – ମକର ସଂକ୍ରାନ୍ତିରେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା। ଯାଜପୁର ଜିଲ୍ଲା କୁଆଖିଆ ଥାନା ଗୋପାଳପୁର ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରେଲର ପଛରେ ଏକ କାର୍ ପିଟି ହୋଇଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ୩୩ ବର୍ଷିୟ ବିଶ୍ୱଜିତ୍ ମାଇତି ଓ ୩୦ ବର୍ଷିୟ ଦିତପ୍ରଭା ପଣ୍ଡା । ଆହତମାନଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମକର ସଂକ୍ରାନ୍ତି ଅବସରରେ ଆଜି ସକାଳେ ୭ ଜଣ ସାଙ୍ଗ ମା’ ତାରିଣୀଙ୍କ ଦର୍ଶନ କରିବା ପାଇଁ ଏକ କାର୍‌ ଯୋଗେ ଜଗତସିଂହପୁରରୁ କେନ୍ଦୁଝରର ଘଟଗାଁ ଅଭିମୁଖେ ବାହାରିଥିଲେ। ଗୋପାଳପୁର ନିକଟରେ ସେମାନଙ୍କ କାର୍‌ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରେଲର ପଛରେ ପିଟି ହୋଇଥିଲା।