ଯୋଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ଅନୁଷ୍ଠାନରେ ବିବେକାନନ୍ଦ ଜୟନ୍ତୀ | News Room Odisha

ଯୋଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ଅନୁଷ୍ଠାନରେ ବିବେକାନନ୍ଦ ଜୟନ୍ତୀ

ବରଗଡ଼: ଦୁଃଖ ଏକ ମାନସିକ ପ୍ରତିକ୍ରିୟା ହୋଇଥିବାରୁ ଏହାକୁ ଯଥାର୍ଥ ବିବେକ ଜ୍ଞାନ ଓ ବୈରାଗ୍ୟ ଦ୍ୱାରା ଉପଶମ କରାଯାଇପାରେ ବୋଲି ଆଜି ଯୋଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ଅନୁଷ୍ଠାନ କଦଳୀପାଲିରେ ଆୟୋଜିତ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଶ୍ରୀ ଗୁରୁଦେବ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ମକର ସଂକ୍ରାନ୍ତି ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଳକ କଦଳୀପାଲି ଖେଳ ପଡିଆ ନିକଟସ୍ଥ ଯୋଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ଅନୁଷ୍ଠାନରେ ୧୬୧ ତମ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଗୁରୁଜୀ, ଗୁରୁମା ଓ ବଳରାମଙ୍କ ପୂଜାର୍ଚ୍ଚନା, ଗୁରୁ ପୂଜନ ଅନୁଷ୍ଠିତ ହୋଇଥିଲା । ପରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ ଓ ଶ୍ରୀ ଗୁରୁଦେବଙ୍କ ରଚୟିତ ଏକ ସଙ୍ଗୀତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଅମୃତଲାଲ ପଧାନ ବିବରଣୀ ପାଠ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ତଥା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ଆଦର୍ଶ ମାର୍ଗ ଉପରେ ସମ୍ୟକ ବିବରଣୀ ଦେଇଥିଲେ । ଆଚାର୍ଯ୍ୟ ଶେଷଦେଵ ବର୍ତ୍ତମାନ ଓ ଭବିଷ୍ୟତ ଯୁବତୀଙ୍କୁ ପ୍ରେରଣା ସମ୍ପର୍କରେ ଅଭିଭାଷଣ ମହେନ୍ଦ୍ର ମାହାଣା ବିବେକାନନ୍ଦଙ୍କ ସଂକ୍ଷିପ୍ତ ଜୀବନୀ ଉପରେ, ଯଥାର୍ଥ ଆଧ୍ୟାତ୍ମିକ ଜୀବନର ରହସ୍ୟ ଏବଂ ଏହାର ଉପକାରିତା, ଜାହ୍ନବି ସାହୁ ଆଧ୍ୟାତ୍ମିକ ଶିକ୍ଷା ଓ ଜୀବନ ପରସ୍ପର ପରିପୁରକ ସମ୍ପର୍କିତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରତିକା କୈବଲ୍ୟଧାରା ଉନ୍ମୋଚିତ ହୋଇଥିଲା । ଏଥିରେ ପୀଠର ବହୁ ସଂଖ୍ୟାରେ ବିବେକାନନ୍ଦ ପ୍ରେମୀ ଯୋଗଦେଇଥିଲେ ।