ପାରାଦୀପ ବନ୍ଦରରୁ ନିଖୋଜ ମତ୍ସ୍ୟଜୀବୀ ସୁରକ୍ଷିତ | News Room Odisha

ପାରାଦୀପ ବନ୍ଦରରୁ ନିଖୋଜ ମତ୍ସ୍ୟଜୀବୀ ସୁରକ୍ଷିତ

ପାରାଦୀପ -ପାରାଦୀପ ବନ୍ଦରରୁ ନିଖୋଜ ହୋଇଯାଇଥିବା ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି ।ଗଭୀର ସମୁଦ୍ରରେ ନିଖୋଜ ଥିବା ୧୩ ମତ୍ସ୍ୟଜୀବୀଙ୍କ ସହ ଯୋଗାଯୋଗ ହୋଇଥିବା ନେଇ ଓଏମଏଫପିଏ ସଭାପତି ସୂଚନାଯୋଗ୍ୟ ଦେଇଛନ୍ତି। ୫ ଦିନ ହେବ ୨ଟି ବୋଟରେ ମାଛ ଧରିବାକୁ ଯାଇ ୧୩ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ । ୫ ଦିନ ହେବ ବୋଟ ଓ ବୋଟରେ ଥିବା ୧୬ ମତ୍ସ୍ୟଜୀବୀଙ୍କର କୌଣସି ପତ୍ତା ମିଳି ପାରିନଥିଲା । ବହୁ ଖୋଜାଖୋଜି କରି ବିଫଳ ହେବାପରେ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ପୋଲିସକୁ ଚିଠି ଲେଖିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ଚିଠି ମୁତାବକ, ପାରାଦୀପଠାରୁ ୮୮ ନଟିକାଲ୍‌ ମାଇଲ୍‌ ଦୂରକୁ ମାଛ ଧରିବା ପାଇଁ ଯାଇଥିବା ଦୁଇଟି ଟ୍ରଲର୍‌ ଆଇଏନ୍‌ଡି ଓଆର୍‌–୦୪ ଏମ୍‌ଏମ୍‌ ୨୬ ଓ ଆଇ୍‌ଏନ୍‌ଡି ଓଆର୍‌–୦୪ ଏମ୍‌ଏମ୍ ୩୧୪ର ପତ୍ତା ମିଳୁନି। ଜଣେ ମାଲିକ କେ. କୋଣ୍ଡାଲାଙ୍କ ଅଭିଯୋଗ ମୁତାବକ ତାଙ୍କ ଟ୍ରଲର୍‌ରେ ଚାଳକଙ୍କୁ ମିଶାଇ ୮ ଜଣ ମତ୍ସ୍ୟଜୀବୀ ଥିଲେ । ଏହି ଦୁଇଟି ଟ୍ରଲର ନିର୍ଦ୍ଧାରିତ ସମୟରେ ମାଛ ଧରା ବନ୍ଦରରେ ପହଞ୍ଚି ନଥିଲେ। ଉଭୟ ମାଲିକ ଟ୍ରଲର୍‌ର ଚାଳକମାନଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ଯୋଗାଯୋଗ ସମ୍ଭବ ହୋଇ ନଥିଲା । ମାଛ ଧରିବା ପାଇଁ ଯାଇଥିବା ଅନ୍ୟ ଟ୍ରଲର୍‌ ମାଲିକମାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ବି କୌଣସି ପତ୍ତା ମିଳି ନଥିଲା। ଫଳରେ ଅନ୍ୟ ଉପାୟ ନପାଇ ସେମାନେ ମତ୍ସ୍ୟ ବିଭାଗକୁ ଅବଗତ କରାଇଥିଲେ ।