କଟକରେ ଚାଞ୍ଚଲ୍ୟ: ୨ ବର୍ଷର ଛୁଆକୁ ମାରି ସାବତ ମା'ର ଆତ୍ମହତ୍ୟା | News Room Odisha

କଟକରେ ଚାଞ୍ଚଲ୍ୟ: ୨ ବର୍ଷର ଛୁଆକୁ ମାରି ସାବତ ମା’ର ଆତ୍ମହତ୍ୟା

କଟକ – କଟକ ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଅଭାବନୀୟ ଘଟଣା । ୨ ବର୍ଷର ଶିଶୁ ପୁତ୍ରକୁ ମାରିବା ପରେ ଆତ୍ମହତ୍ୟା କରିଛି ସାବତ ମା’ । ସାବତ ମା’ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ଆତ୍ମହତ୍ୟା କରିଥିବା ମହିଳା ଜଣେ ଇଞ୍ଜିନିୟର। ତାଙ୍କ ସ୍ୱାମୀ ମଧ୍ୟ ଜଣେ ଇଞ୍ଜିନିୟର। ମୃତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛି । ପାରିବାରିକ କଳହରୁ ଏପରି ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।