ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌: ଭାରତର କ୍ରମାଗତ ଦ୍ବିତୀୟ ବିଜୟ | News Room Odisha

ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌: ଭାରତର କ୍ରମାଗତ ଦ୍ବିତୀୟ ବିଜୟ

ବେନୋନି (ଦକ୍ଷିଣ ଆଫ୍ରିକା): ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌ର ଭାରତ ଆଉ ଏକ ବଡ଼ ବିଜୟ ହାସଲ କରିଛି । ଭାରତ ସୋମବାର ଗ୍ରୁପ୍‌ ଡି ମ୍ୟାଚ୍‌ରେ ୟୁଏଇକୁ ୧୨୨ ରନ୍‌ରେ ହରାଇଛି । ଟୁର୍ଣ୍ଣାମେଣ୍ଟରେ ଭାରତର ଏହା କ୍ରମାଗତ ଦ୍ବିତୀୟ ବିଜୟ ।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ତିନି ୱିକେଟ୍ ହରାଇ ୨୧୯ ରନର ବିଶାଳ ସ୍କୋର୍ କରିଥିଲା। କ୍ୟାପଟେନ ଶେଫାଳି ବର୍ମା ଭାରତ ତରଫରୁ ସର୍ବାଧିକ ୭୮ ରନ୍ ସଂଗ୍ରହ କରିଥିଲେ।

ଶ୍ୱେତା ସେରାୱତ ୭୪ ଓ ରିଚା ଘୋଷ ୪୯ ରନ୍ କରିଥିଲେ।

ଏହାର ଜବାବରେ ୟୁଏଇ ଦଳର ଆରମ୍ଭ ଖରାପ ହୋଇଥିଲା। ଦଳ ମାତ୍ର ୪୦ ରନରେ ତିନି ୱିକେଟ୍ ହରାଇଥିଲା । ୟୁଏଇର କୌଣସି ବ୍ୟାଟ୍ସମ୍ୟାନ୍ ୩୦ ରନ୍ ମଧ୍ୟ ଛୁଇଁ ପାରିନଥିଲେ। ଦଳ ପକ୍ଷରୁ ମିହିକା ଗୌର ସର୍ବାଧିକ ୨୬ ରନ୍ ସଂଗ୍ରହ କରିଥିଲେ।

ୟୁଏଇ ୫ ୱିକେଟ୍ ହରାଇ ମାତ୍ର ୯୭ ରନ୍ କରିବାକୁ ସକ୍ଷମ ହୋଇଥିଲା।