ହକି ବିଶ୍ୱକପ : ଦକ୍ଷିଣ ଆଫ୍ରିକାକୁ ହରାଇଲା ଫ୍ରାନ୍ସ | News Room Odisha

ହକି ବିଶ୍ୱକପ : ଦକ୍ଷିଣ ଆଫ୍ରିକାକୁ ହରାଇଲା ଫ୍ରାନ୍ସ

ଭୁବନେଶ୍ୱର – ହକି ବିଶ୍ୱକପରେ ଆଜି ଗ୍ରୁପ ‘ଏ’ ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଫ୍ରାନ୍ସ , ଦକ୍ଷିଣ ଆଫ୍ରିକାକୁ ୨ -୧ ଗୋଲରେ ପରାସ୍ତ କରିଛି। ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧର ଅଷ୍ଟମ ମିନିଟରେ ଫ୍ରାନ୍ସ ପକ୍ଷରୁ ଅଧିନାୟକ ଭିକ୍ଟର ସାର୍ଲଟ ପ୍ରଥମେ ଗୋଲ୍ ଦେଇ ଦଳକୁ ଆଗୁଆ କରିଥିଲେ । କିନ୍ତୁ ପ୍ରଥମାର୍ଦ୍ଧର ୧୫ତମ ମିନିଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କନ୍ନର ବ୍ୟୁଚାମ୍ପ ଗୋଲଟି ପରିଶୋଧ କରିଦେଇଥିଲେ। ଦ୍ଵିତୀୟ ଓ ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଚତୁର୍ଥ କ୍ୱାର୍ଟର ଶେଷ ଆଡକୁ ଫ୍ରାନ୍ସ ଅଧିନାୟକ ଆଉ ଗୋଟିଏ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ।