ବିଶ୍ୱକପ ହକି : ଆଜି ଦକ୍ଷିଣ କୋରିଆ -ଜାପାନ ଏବଂ ବେଲଜିୟମ-ଜର୍ମାନୀ ମୁକାବିଲା | News Room Odisha

ବିଶ୍ୱକପ ହକି : ଆଜି ଦକ୍ଷିଣ କୋରିଆ -ଜାପାନ ଏବଂ ବେଲଜିୟମ-ଜର୍ମାନୀ ମୁକାବିଲା

ଭୁବନେଶ୍ବର – ଆଜି ହେଉଛି ହକି ବିଶ୍ୱକପର ପଞ୍ଚମ ଦିନ । ଆଜି ଗ୍ରୁପ ‘ବି’ର ଦୁଇଟି ମ୍ୟାଚ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଆଜି ଅପରାହ୍ନ ୫ଟାରେ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ମ୍ୟାଚ ଖେଳାଯିବ । ସଂଧ୍ୟା ୭ଟାରେ ଜର୍ମାନୀ ଓ ବେଲଜିୟମ ମଧ୍ୟରେ ଖେଳାଯିବ ଦ୍ୱିତୀୟ ମ୍ୟାଚ । ଦକ୍ଷିଣ କୋରିଆ ନିଜର ପ୍ରଥମ ମ୍ୟାଚରେ ଗତଥରର ଚାମ୍ପିଅନ ବେଲଜିୟମଠାରୁ ପରାସ୍ତ ହୋଇଥିଲା ବେଳେ ଜର୍ମାନୀ, ଦକ୍ଷିଣ କୋରିଆକୁ ହରାଇଥିଲା । ଆଜି ଜର୍ମାନୀ ଓ ବେଲଜିଅମ ମଧ୍ୟରେ ମ୍ୟାଚ ରୋମାଞ୍ଚକର ହେବା ଆଶା କରାଯାଉଛି। ଯିଏ ବି ଏହି ମ୍ୟାଚ ଜିତିବ, ସେହି ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବ ।