ଜଙ୍ଗଲ ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ | News Room Odisha

ଜଙ୍ଗଲ ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର , ୧୭ / ୦୧ : ଜଙ୍ଗଲ ଜମିକୁ ସୁରକ୍ଷା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଲାଙ୍ଗିର ଜିନ୍ଦାବାଦ କର୍ମକର୍ତ୍ତା। ଏହାସହ ସଙ୍ଗଠନର ଶତାଧିକ ଆଦିବାସୀ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ଜଙ୍ଗଲ ଅଧିକାରୀ ସ୍ବୀକୃତି ଆଇନ ୨୦୦୬ , ସଂଶୋଧତ ନିୟମ ୨୦୧୨ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଚାଷବାସ କରୁଥିବା ଜମିକୁ ସ୍ବୀକୃତି ପ୍ରଦାନ ନୁହେଁ ବରଂ ଜଙ୍ଗଲ ଜମିକୁ ସୁରକ୍ଷା ଦେବା ପ୍ରଶାସନର ମୁଖ୍ୟ କାମ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ଯୋଗ୍ୟ ଦାବିଗୁଡିକ ମଧ୍ୟରେ ଜଙ୍ଗଲ ଅଧିକାର ଆଇନକୁ ସଠିକ୍ ଭାବେ ଲାଗୁ କରିବା , ଆଦିବାସୀଙ୍କୁ ଜମିପଟା ପ୍ରଦାନ , ଯୁଗ୍ମ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ରାଜସ୍ବ ଓ ବନ ବିଭାଗ ତତ୍ପରତା ପ୍ରକାଶ କରିବା , ପୁରୁଣା ଜଙ୍ଗଲ ନଷ୍ଟ ଓ ଗଛ କଟା ବନ୍ଦ କରିବା ଆଦି ଦାବି ରହିଛି ।