ଆଜି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା  | News Room Odisha

ଆଜି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା 

ଭୁବନେଶ୍ବର – ପଶ୍ଚିମାଝଡ଼ ପ୍ରଭାବରେ ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଏଣେ ଗୁରୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ସହ ବଢୁଛି ତାପମାତ୍ରା । ସ୍ୱାଭାବିକଠାରୁ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଘନକୁହୁଡ଼ି ଯୋଗୁ ଗତକାଲି ରାତି ଓ ଆଜି ଭୋରରେ କଟକ, ପାରାଦୀପ, ଖୋର୍ଦ୍ଧାରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିଲା । ନୟାଗଡ଼ରେ ଦୃଶ୍ୟମାନ ଦୂରତା ସର୍ବନିମ୍ନ ୩୦ ମିଟର ଥିଲା ବେଳେ ଚାନ୍ଦବାଲି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଥିଲା ୧୦୦ ମିଟର ।