ହକି ବିଶ୍ୱକପ : ଆଜି ଓ୍ୱେଲ୍ସ ବିପକ୍ଷରେ ଭାରତର ମୁକାବିଲା | News Room Odisha

ହକି ବିଶ୍ୱକପ : ଆଜି ଓ୍ୱେଲ୍ସ ବିପକ୍ଷରେ ଭାରତର ମୁକାବିଲା

ଭୁବନେଶ୍ୱର – ଗୋଟିଏ ଦିନ ବିଶ୍ରାମ ପରେ ଆଜି ହକି ବିଶ୍ଵକପରେ ଖେଳାଯିବ ୪ଟି ମ୍ୟାଚ। କ୍ରୀଡ଼ାପ୍ରେମୀ ଙ୍କ ନଜର ସଂଧ୍ୟା ୭ଟାରେ ଖେଳାଯିବାକୁ ଥିବା ଭାରତ -ଓ୍ୱେଲ୍ସ ମ୍ୟାଚ ଉପରେ ର‌ହିବ । ଗ୍ରୁପ ‘ଡି’ରେ ଭାରତ ଏବେ ଇଂଲଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ବି ଏହି ଗ୍ରୁପ ରୁ ଭାରତ ଯଦି ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବା ସମ୍ଭାବନା ରହିଛି। କିନ୍ତୁ ଏଥିପାଇଁ ଇଂଲଣ୍ଡ, ସ୍ପେନଠୁ ହାରିବାକୁ ପଡ଼ିବ । ଆଉ ଯଦି ଇଂଲଣ୍ଡ ସ୍ପେନକୁ ହରାଏ, ତାହା ହେଲେ ଇଂଲଣ୍ଡ ଯେତିକି ଗୋଲ ସ୍କୋର କରିଥିବ, ଭାରତକୁ ଓ୍ୱେଲ୍ସ ବିପକ୍ଷରେ ଆଉ ୪ଟି ଅଧିକ ଗୋଲ ସ୍କୋର କରି ଜିତିବାକୁ ହେବ । ତେଣୁ ଭାରତ ପାଇଁ ଇଂଲଣ୍ଡ – ସ୍ପେନ ମ୍ୟାଚ ବେଶ ଗୁରୁତ୍ଵପୂର୍ଣ୍ଣ। ଭାରତ ଯଦି କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିନପାରେ, ତାହା ହେଲେ କ୍ରସଓଭର ମ୍ୟାଚ ଜିତିବାକୁ ହେବ ।