ହକି ବିଶ୍ୱକପ : ନ୍ୟୁଜିଲାଣ୍ଡକୁ ହରାଇଲା ମାଲେସିଆ | News Room Odisha

ହକି ବିଶ୍ୱକପ : ନ୍ୟୁଜିଲାଣ୍ଡକୁ ହରାଇଲା ମାଲେସିଆ

ଭୁବନେଶ୍ୱର – ହକି ବିଶ୍ୱକପରେ ଆଜି ଖେଳାଯାଇଥିବା ଗ୍ରୁପ ‘ସି’ର ଏକ ମ୍ୟାଚରେ ମାଲେସିଆ, ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ବିଜୟ ହାସଲ କରିଛି । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମାଲେସିଆ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଛି । ମାଲେସିଆ ପକ୍ଷରୁ ମ୍ୟାଚର ପ୍ରଥମ ଗୋଲ୍ ସ୍କୋର ହୋଇଥିଲା। ନବମ ମିନିଟରେ ଫୈଜଲ ସାରି ଗୋଲ ଦେଇ ମାଲେସିଆକୁ ଆଗୁଆ କରିଥିଲେ। ୪୩ ତମ ମିନିଟରେ ରାଜି ରହିମ ଆଉ ଗୋଟିଏ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ତେବେ ମ୍ୟାଚର ଚତୁର୍ଥ କ୍ୱାର୍ଟରରେ ଲଢୁଆ ପ୍ରଦର୍ଶନ କରି ନ୍ୟୁଜଲାଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା । ମ୍ୟାଚର ୫୨ ତମ ମିନିଟରେ ହେଡେନ ଫିଲିପସ ଓ ୫୩ ତମ ମିନିଟରେ ସାମ ଲେନ ଗୋଲ ଦେଇଥିଲେ। ସ୍କୋର ୨-୨ ସ୍ଥିତିରେ ସମାନ ଥିବା ବେଳେ ୫୭ ତମ ମିନିଟରେ ଫୈଜଲ ସାରି ନିଜର ଦ୍ୱିତୀୟ ଗୋଲ ଦେଇଥିଲେ, ଯାହା କି ମାଲେସିଆ ପାଇଁ ବିଜୟସୂଚକ ଗୋଲ ସାବ୍ୟସ୍ତ ହୋଇଥିଲା ।