ହକି ମହୋତ୍ସବ ଅବସରରେ କୈଳାସ ଖେରଙ୍କ ମ୍ୟୁଜିକାଲ ନାଇଟରେ ଝୁମିଲା ସମ୍ବଲପୁର | News Room Odisha

ହକି ମହୋତ୍ସବ ଅବସରରେ କୈଳାସ ଖେରଙ୍କ ମ୍ୟୁଜିକାଲ ନାଇଟରେ ଝୁମିଲା ସମ୍ବଲପୁର

ସମ୍ବଲପୁର: ୫ ଦିନ ଧରି ଚାଲିଥିବା ସମ୍ବଲପୁର ଲୋକ ମହୋତ୍ସବ ମଙ୍ଗଳବାର ଉଦଯାପିତ ହୋଇଥିଲା। ଏହାପରେ ଗତକାଲି ହକି ମହୋତ୍ସବ ଅବସରରେ ଆୟୋଜିତ ପଦ୍ମଶ୍ରୀ କୈଳାସ ଖେରଙ୍କ ମ୍ୟୁଜିକାଲ୍ ନାଇଟରେ ହଜାର ହଜାର ଦର୍ଶକ ବିଭୋର ହୋଇଛନ୍ତି। ପୁଣି ଥରେ ବୀର୍ସା ମଇଦାନ ଦୁଲୁକି ଉଠିଛି।
ପ୍ରଶାସନ ପକ୍ଷରୁ ହକି ମହୋତ୍ସବ ଅବସରରେ ଗତକାଲି କୈଳାସ ଖେରଙ୍କ ସଂଗୀତ ସନ୍ଧ୍ୟା ଆସର ଜମିଥିଲା। ଏଥିରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଆଇଜି ଡ. ଦୀପକ କୁମାର ଯୋଗଦେଇ, ଏସପି ବି ଗଂଗାଧର ପ୍ରମୁଖ ଯୋଗଦେଇ ହକିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ପରେ ପଦ୍ମଶ୍ରୀ କୈଳାସ ଖେରଙ୍କ କୈଳାସା ବ୍ୟାଣ୍ଡ ପକ୍ଷରୁ ଆରମ୍ଭ ହୋଇଥିଲା ମ୍ୟୁଜିକାଲ ନାଇଟ୍ କାର୍ଯ୍ୟକ୍ରମ। କୈଳାସ ଖେର ତାଙ୍କର ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ। ସେ ଏହି ଅବସରରେ ସମ୍ବଲପୁର ମାଟିର ଭୁରି ଭୁରି ପ୍ରଶଂସା କରିଥିଲେ।