ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ଏନ୍ଏସି କାର୍ଯ୍ୟାଳୟ ନିକଟରେ ଓଡିଶା ମିଲେଟ ମିଶନ ସାହାର୍ଯ୍ୟରେ ଆଜି ମିଲେଟ ଶକ୍ତି ନିଉଟ୍ରି ସେଣ୍ଟର ଉଦଘାଟିତ ହୋଇଛି। ଏହି ଅବସରରେ ବିଧାୟିକା ବର୍ଷା ସିଂ ବରିହା ଉଦ୍ଘାଟନ କରିଥିଲେ । ଏହି ସେଣ୍ଟରରେ ମାଣ୍ଡିଆ, ଗୁର୍ଜି ଓ କୋଦ ଜାତୀୟ ଶସ୍ୟରେ ତିଆରି ଖାଦ୍ୟକୁ ପୁନଃ ପ୍ରଚାର ପ୍ରସାର କରି ଏହି ଖାଦ୍ୟ ଯେପରି ସର୍ବସାଧାରଣରେ ଆଦୃତ ହେବ ଓ ଗ୍ରାମାଞ୍ଚଳ, ସହରାଞ୍ଚଳରେ ବହୁଳ ଭାବରେ ବ୍ୟବହାର ହୋଇପାରିବ ଏହି ମିଶନର ଲକ୍ଷ୍ୟ ଅଟେ । ଏହି ସେଣ୍ଟରକୁ ମା’ ଦୁର୍ଗା ସ୍ୱୟଂ ସହାୟିକା ପଦ୍ମପୁର ସଭାନେତ୍ରୀ ଅନୁପମା ପ୍ରଧାନ, ସମ୍ପାଦିକା ଜାନକୀ ପ୍ରଧାନ ଓ ପଦ୍ମପୁର ତ୍ରିରଙ୍ଗା ଯୁବକ ସଙ୍ଘ ପରିଚାଳନା କରିଥିଲେ ।
ଏହି ଉଦଘାଟନୀ ଉତ୍ସବରେ ଭାରପ୍ରାପ୍ତ ଉପ ଜିଲ୍ଲାପାଳ ସୁଧାକର କୁମ୍ଭାର, ଏନ୍ଏସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ସଂଯୋଜକ ଚନ୍ଦାମିତ୍ର ମିଶ୍ର, ଏଡିଓ ଅମୀୟ କୁମାର ସାହୁ, ସିଡ଼ିପିଓ ସୁନୀତି ଦେବତା, ତ୍ରିରଙ୍ଗା ଯୁବକ ସଙ୍ଘ ସଭାପତି ହୃଦାନନ୍ଦ ନାୟକ, ଓଡିଶା ମିଲେଟ ମିଶନ ସଂଯୋଜକ ତୁଲେଶ୍ୱର ବୈକାର, ସହ ସଂଯୋଜକ ତରଣୀସେନ ଦ୍ୱାରି, ଡିପିସି ସବ୍ୟସାଚୀ ହନୁମାନ, ଡିପିସି ନାରାୟଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।