ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିବ ଘନ କୁହୁଡି ସ୍ଥିତି | News Room Odisha

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିବ ଘନ କୁହୁଡି ସ୍ଥିତି

ଭୁବନେଶ୍ବର – ଗୁରୁଚାପ ପ୍ରଭାବରେ ଦୁଇ ତିନି ଦିନ ରାଜ୍ୟରେ ଘନ କୁହୁଡି ଦେଖାଯିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଣେ ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ଯୋଗୁଁ ଆସନ୍ତା କିଛି ଦିନ ଯାଏଁ ରାଜ୍ୟର ତାପମାତ୍ରା ବିଶେଷ ହ୍ରାସ ହେବାର ସମ୍ଭାବନା ନାହିଁ। ଆସନ୍ତା ୪ଦିନ ମଧ୍ୟ ଏଭଳି ସ୍ଥିତି ଜାରି ରହିବ।

କୋରାପୁଟଠାରେ ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ ହୋଇଥିଲା। ବାଲେଶ୍ବରରେ ୧୪.୭ ଓ କିରେଇରେ ସର୍ବନିମ୍ନ ୧୪.୫, କଟକରେ ୧୭.୫ ଓ ଭୁବନେଶ୍ବରରେ ୧୮ ଡିଗ୍ରୀ ରେକର୍ଡ ହୋଇଥିଲା।
ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲା‌ରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଆସନ୍ତାକାଲି ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ।