ଘର ଉପରେ ପଡ଼ିଲା ଗଛ, ରାସ୍ତା ଜାମ | News Room Odisha

ଘର ଉପରେ ପଡ଼ିଲା ଗଛ, ରାସ୍ତା ଜାମ

ରାଉରକେଲା: ରାଉରକେଲାର ବନ୍ଧମୁଣ୍ଡାର ସି-ସେକ୍ଟର ସ୍ଥିତ ସନ ରାଇଜ କ୍ଲବ ନିକଟରେ ଶୁକ୍ରବାର ଦିନ ପ୍ରାୟ ୧୨ ଟା ସମୟରେ ଏକ ବିଶାଳ ନିମ୍ବ ଗଛ ହଠାତ୍ ଭାଙ୍ଗି ସି-ସେକ୍ଟର ବଜାରକୁ ଯାଉଥିବା ମୁଖ୍ୟ ରାସ୍ତା ଉପରେ ଖସିପଡିଥିଲା। ଗଛର କିଛି ଅଂଶ ନିକଟରେ ଏକ ରେଲବାଇ କ୍ୱାର୍ଟର ଉପରକୁ ପଡ଼ିବା ଯୋଗୁଁ ଘରର ଛାତ ଭାଙ୍ଗି ଯାଇଥିଲା। ଏହାଛଡ଼ା ଗଛ ତଳେ ଥିବା ଏକ ଟେମ୍ପୋ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଏହା ଛଡ଼ା ଗଛଟି ରାସ୍ତା ମଝିରେ ପଡିଥିବାରୁ ଟ୍ରାଫିକ ପ୍ରାୟ ଦୁଇ ଘଣ୍ଟା ଧରି ଅଟକି ରହି ଯାଇଥିଲା। ସୂଚନା ପାଇବା ପରେ ରେଳବାଇ ଆଇଓଡବ୍ଲୁ କର୍ମଚାରୀ ଏବଂ ବନ ବିଭାଗ କର୍ମଚାରୀ ଘଟନାସ୍ଥଳକୁ ପହଞ୍ଚି ଗଛଟିକୁ କାଟି ହଟାଇଥିଲେ। ଉଲ୍ଳେଖଯୋଗ୍ୟ ଯେ ବନ୍ଧମୁଣ୍ଡା ରେଳବାଇ କଲୋନୀରେ ଏପରି ଅନେକ ଗଛ ଅଛି ଯାହା ଯେ କୌଣସି ସମୟରେ ଭାଙ୍ଗି ପଡିପାରେ। ଏହା ସତ୍ତ୍ୱେ ରେଳ ପ୍ରଶାସନ ଏହା ଉପରେ କୌଣସି ଉପଯୁକ୍ତ ପଦକ୍ଷେପ ନେଉନାହିଁ।