ଏଡସ ସଚେତନତା ପାଇଁ କଳିଙ୍ଗ ଷ୍ଟାଡିୟମରେ ରେଡ୍ ରିବନ କାର୍ଯ୍ୟକ୍ରମ: ହକିର ମଜା ନେଲେ ସ୍କୁଲ ଛାତ୍ରଛାତ୍ରୀ | News Room Odisha

ଏଡସ ସଚେତନତା ପାଇଁ କଳିଙ୍ଗ ଷ୍ଟାଡିୟମରେ ରେଡ୍ ରିବନ କାର୍ଯ୍ୟକ୍ରମ: ହକିର ମଜା ନେଲେ ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: ମିଳିତ ଜାତିସଂଘ ( ୟୁନେସ୍କୋ )ର ୯୫ : ୯୫ : ୯୫ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ଓଡ଼ିଶା ଦ୍ଵାରା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କ୍ରମରେ ଜାତୀୟ ଏଡ଼ସ୍‌ ନିୟନ୍ତ୍ରଣ ଅନୁଷ୍ଠାନ ( ନାକୋ ) , କ୍ରୀଡ଼ା ଓ ଯୁବସେବା ବିଭାଗ , ଓଡ଼ିଶା ଏବଂ ହକି ଇଣ୍ଡିଆର ମିଳିତ ସହଯୋଗରେ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ହକି ବିଶ୍ଵକପ୍ – ୨୦୨୩ , ୧୯ ତାରିଖ ମଧ୍ୟାହ୍ନରେ କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ସାରା ବିଶ୍ବରେ ଏଚ୍.ଆଇ.ଭି / ଏଡ୍ ସ ନିରାକରଣ ନିମନ୍ତେ ସଚେତନତା ବା ପ୍ରସାର କରାଯାଇଥିଲା । ଏହି ଅବସରରେ ମାଲେସିଆ ଓ ନିୟୁଜିଲାଣ୍ଡ ମ୍ୟାଚ ସମୟରେ କଳିଙ୍ଗ ଷ୍ଟାଡ଼ିୟମର ପୂର୍ବ ଗ୍ୟାଲେରୀରେ ରେଡ୍ ରିବନ୍ କ୍ଲବର ସଦସ୍ୟ , ସ୍ଵୟଂ ସହାୟକ ଦଳ , ଏଚଆଇଭି ସଂକ୍ରମିତ ଗୋଷ୍ଠୀ , ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧୁମାନଙ୍କ ସହିତ ସରକାରୀ ଅନୁଷ୍ଠାନମାନଙ୍କର କର୍ମକ ।ମାନେ ନାଲି , ଧଳା ଟି – ସାର୍ଟ ଓ ଟୋପି ପିନ୍ଧି ରେଡ୍ ରିବନ୍‌ ଗଠନ କରାଯାଇଥିଲା । ଏତଦ୍ ବ୍ୟତୀତ ଏହି ଅବସରରେ ୧୦୯୭ ବା । ପ୍ରସାରଣ ସହିତ ବିଭିନ୍ନ ଆନ୍ତର୍ଜାତୀୟ କ୍ରିଡ଼ାବିତଙ୍କ ଦ୍ଵାରା ଏଚଆଇଭି / ଏଡ଼ସ୍‌ ଦୂରୀକରଣ ନିମନ୍ତେ ସଚେତନ ବା କୁ ଷ୍ଟାଡ଼ିୟମ ଭିତରେ ଓ ଓଲି ଲ୍ୟାଣ୍ଡରେ ପ୍ରଚାର ଓ ପ୍ରସାର କରାଯାଇଥିଲା ।

ଓଡ଼ିଶା ରାଜ୍ୟ ଏଡ଼ସ୍‌ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିର୍ଦ୍ଦେଶିକା ଡଃ ଉର୍ମିଳା ମିଶ୍ର , ପ୍ରତିଷ୍ଠାନ ଅଧିକାରୀ , ଶୁଭେନ୍ଦୁ ପଟ୍ଟନାୟକ , ଅର୍ଥ ପରାମର୍ଶଦାତା , ସୁଖଲତା ସାହୁ , ଯୁଗ୍ମ ନିର୍ଦ୍ଦେଶକ , ଡ଼ିଏସ୍ ଅରବିନ୍ଦଙ୍କ ସହିତ ସମସ୍ତ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିଲେ ।