ଢେଙ୍କାନାଳ ଜିଲ୍ଲାରେ ହାତୀ ନେଲା ଦୁଇଜଣଙ୍କ ଜୀବନ | News Room Odisha

ଢେଙ୍କାନାଳ ଜିଲ୍ଲାରେ ହାତୀ ନେଲା ଦୁଇଜଣଙ୍କ ଜୀବନ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ପୁଣି ହାତୀ ନେଇଛି ଜୀବନ । ଆଜି ସକାଳୁ ସକାଳୁ ପୃଥକ ପୃଥକ ଗାଁରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ଜୀବନଯାଇଛି । ଖାଲପାଳ ଗାଁରେ ଭୋର ପ୍ରାୟ ୪ଟା ବେଳେ ଅଲେଖ ନାୟକ ନାମକ ଜଣେ ୬୦ବର୍ଷ ବୟସ୍କ ବୃଦ୍ଧ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପରଜଙ୍ଗ ପଞ୍ଚାୟତ ଗଣ୍ଡତଇଳାର ଜଣେ ବୃଦ୍ଧା ବାରି ନାୟକ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଦଳିଦେଇଛି ।