ସଂପୂର୍ଣ୍ଣ କଟି ଯାଇଥିଲା ଡାହାଣ ହାତର ବୁଢା ଅଙ୍ଗୁଳି, ଲାଗିଲା ବାମଗୋଡର ଦ୍ୱିତୀୟ ଅଙ୍ଗୁଳି | News Room Odisha

ସଂପୂର୍ଣ୍ଣ କଟି ଯାଇଥିଲା ଡାହାଣ ହାତର ବୁଢା ଅଙ୍ଗୁଳି, ଲାଗିଲା ବାମଗୋଡର ଦ୍ୱିତୀୟ ଅଙ୍ଗୁଳି

କଟକ – କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଜଣେ ଯୁବକଙ୍କ କଟି ଯାଇଥିବା ଡାହାଣ ହାତ ବୁଢ଼ା ଅଙ୍ଗୁଳିରେ ତାଙ୍କର ବାମ ଗୋଡ଼ର ଦ୍ୱିତୀୟ ଅଙ୍ଗୁଳି ପ୍ରତିରୋପଣ କରାଯାଇଛି । ଏଭଳି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ହୋଇଥିବା କୁହାଯାଇଛି ।

ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡୁରେ ଏକ କମ୍ପାନୀରେ କାମ କରିବା ସମୟରେ ତାଙ୍କ ଡାହାଣ ହାତର ବୁଢା ଅଙ୍ଗୁଳି ସମ୍ପୂର୍ଣ୍ଣ କଟି ଯାଇଥିଲା। ଏହାପରେ ସେହି କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ସୀତାକାନ୍ତଙ୍କୁ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରିଥିଲେ ।
୧୦ ଦିନ ତଳେ ୮ ଜଣିଆ ଡାକ୍ତରୀ ଦଳ ସୀତାକାନ୍ତଙ୍କ କଟିଯାଇଥିବା ଅଙ୍ଗୁଳିରେ ଅସ୍ତ୍ରୋପଚାର କରିଥିଲେ। ସୀତାକାନ୍ତଙ୍କ ବାମ ଗୋଡ଼ର ଦ୍ୱିତୀୟ ଅଙ୍ଗୁଳି, ରକ୍ତ ନଳୀ, ସ୍ନାୟୁ, ହାଡ଼କୁ ଅଲଗା କରାଯାଇ ଡାହାଣ ହାତ ବୁଢା ଅଙ୍ଗୁଳିରେ ଯୋଡ଼ା ଯାଇଥିଲା । ପାଖାପାଖି ୮ ଘଣ୍ଟା ଧରି ଚାଲିଥିଲା ଅସ୍ତ୍ରୋପଚାର ସଫଳ ହୋଇଛି ।

ଏହି ଅସ୍ତ୍ରୋପଚାର ଯୋଗୁଁ ଭବିଷ୍ୟତରେ ସୀତାକାନ୍ତ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ତାଙ୍କ ଡାହାଣ ହାତ ସମେତ ବାମ ଗୋଡ଼ ମଧ୍ୟ ପୂର୍ବପରି କାର୍ଯ୍ୟ କରିବ ବୋଲି ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ବିଭୁତି ଭୂଷଣ ନାୟକ କହିଛନ୍ତି ।