ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର | News Room Odisha

ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ନୂଆଦିଲ୍ଲୀ – କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃତି ପ୍ରତିଭାଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ସମ୍ଭବ ମିଶ୍ର ପାଇଛନ୍ତି ରାଷ୍ଟ୍ରୀୟ ବାଲ ପୁରସ୍କାର ।

ଓଡ଼ିଶାର ସମ୍ଭବ ମିଶ୍ର ଅନେକ ଉପାଦେୟ ପ୍ରବନ୍ଧ ଓ ବହି ଲେଖିଛନ୍ତି । ସାହିତ୍ୟ କୃତି ପାଇଁ ତାଙ୍କୁ ସମ୍ମାନଜନକ ‘ଫେଲୋସିପ ଅଫ ଦି ରୟାଲ ଏସିଆଟିକ ସୋସାଇଟି ପୁରସ୍କାର ମଧ୍ୟ ମିଳିଛି। ୨୦୦ ବର୍ଷ ମଧ୍ୟରେ ଏହି ଫେଲୋସିପ ପାଇବାରେ ସମ୍ଭବ ହେଉଛନ୍ତି ସର୍ବକନିଷ୍ଠ ।