ହକି ବିଶ୍ଵକପ : ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟରରେ ଦକ୍ଷିଣ କୋରିଆ  | News Room Odisha

ହକି ବିଶ୍ଵକପ : ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟରରେ ଦକ୍ଷିଣ କୋରିଆ 

ଭୁବନେଶ୍ୱର – ଶେଷ ଟିମ୍ ଭାବେ ଦକ୍ଷିଣ କୋରିଆ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ କ୍ରସଓଭର ମ୍ୟାଚରେ କୋରିଆ ଆର୍ଜେଣ୍ଟିନାକୁ ସୁଟ ଆଉଟରେ ପରାସ୍ତ କରିଛି । ସୁଟଆଉଟରେ କୋରିଆ ୩-୨ ଗୋଲରେ ବିଜୟୀ ହୋଇଥିଲା । ଦୁଇ ଦଳ ମଧ୍ୟରେ ନିର୍ଦ୍ଧାରିତ ସମୟର ଖେଳ ୫-୫ ଗୋଲରେ ସୀମିତ ରହିବା ପରେ ସୁଟଆଉଟ ଜରିଆରେ ଫଳାଫଳ ନିର୍ଣ୍ଣୟ କରାଯାଇଥିଲା। ଏକମାତ୍ର ଏସୀୟ ଦଳ ଭାବେ କୋରିଆ ଚଳିତ ସଂସ୍କରଣର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ୨୫ ତାରିଖରେ କ୍ୱାର୍ଟର ଫାଇନାଲରେ କୋରିଆର ମୁକାବିଲା ନେଦରଲ୍ୟାଣ୍ଡସ ସହ ହେବ । ପୂର୍ବରୁ ଆଜି ଖେଳାଯାଇଥିବା ଅନ୍ୟ ଏକ କ୍ରସଓଭର ମ୍ୟାଚରେ ଜର୍ମାନୀ, ଫ୍ରାନସକୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲା ।

କାଲି ଦୁଇଟି କ୍ୱାର୍ଟର ଫାଇନାଲ ଖେଳାଯିବ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ -ସ୍ପେନ ମୁହାଁମୁହିଁ ହେବେ । ଦ୍ୱିତୀୟ ମ୍ୟାଚ ଗତଥରର ଚାମ୍ପିଅନ ବେଲଜିୟମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।