ଜନ୍ମ ପୀଠରେ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ନେତା | News Room Odisha

ଜନ୍ମ ପୀଠରେ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ନେତା

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜୟନ୍ତୀ ଅବସରରେ ଜନ୍ମ ପୀଠ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକର ଖିଣ୍ଡା ଗାଁରେ ସୁରେନ୍ଦ୍ରଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବୀର ସୁରେନ୍ଦ୍ର ସାଏ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ଯ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା ଶିଶିର ପରିଜା, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ପ୍ରମୁଖ ବହୁ ବ୍ୟକ୍ତି ସାମିଲ ହୋଇ ସୁରେନ୍ଦ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଛନ୍ତି। ପରେ ସମ୍ବଲପୁର ସହରରେ ପ୍ରୋଗ୍ରେସିଭ ସମ୍ବଲପୁର ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସୁରେନ୍ଦ୍ର ସାଏ ଜୟନ୍ତୀରେ ମଧ୍ଯ ଉକ୍ତ ନେତାମାନେ ସାମିଲ ହୋଇଥିଲେ। ଏଠାରେ ବିଶାଳ ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।