ଭୁବନେଶ୍ୱର – ସମାଜରେ ପରିବର୍ତ୍ତନ ସହ ଏକ ସୁନେଲି ଭବିଷ୍ୟତ ନିର୍ମାଣ ପାଇଁ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଓ ଶକ୍ତିଶାଳୀ ଭୂମିକା ରହିଛି। ଆଜି ‘ଆନ୍ତର୍ଜାତିକ ଶିକ୍ଷା ଦିବସ’ ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଏକ କ୍ଷମତାସଂପନ୍ନ ସମାଜ ଗଠନ ପାଇଁ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବାକୁ ଆଜିର ଦିନରେ ସଂକଳ୍ପ ନେବା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।