ଆଜିଠାରୁ ରାଜ୍ୟର ଆଉ ୬ ସହରରେ ଜିଓ ୫ଜି ସେବା | News Room Odisha

ଆଜିଠାରୁ ରାଜ୍ୟର ଆଉ ୬ ସହରରେ ଜିଓ ୫ଜି ସେବା

ଭୁବନେଶ୍ୱର – ଆଜିଠାରୁ ଓଡ଼ିଶାର ଆଉ ୬ଟି ସହରରେ ଜିଓ ୫ଜି ସେବା ଆରମ୍ଭ ହୋଇଛି । ସମ୍ବଲପୁର, ବାଲେଶ୍ବର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା ଓ ପୁରୀ ସହରରେ ଆରମ୍ଭ ହୋଇଛି ୫ଜି ସେବା । ପୂର୍ବରୁ ୫-ଜି ସେବା ରାଜ୍ୟର ୪ଟି ସହରରେ ଆରମ୍ଭ ହୋଇଯାଇଛି । ପ୍ରଥମେ ଭୁବନେଶ୍ଵର ଓ କଟକରେ ୫ଜି ସେବା ଆରମ୍ଭ ହୋଇଥିଲା। ଏହାପରେ ବ୍ରହ୍ମପୁର ଓ ରାଉରକେଲାରେ ଆରମ୍ଭ ହୋଇଥିଲା ଜିଓ ୫ଜି ସେବା ।