ପ୍ରାତଃ ଭ୍ରମଣ କରୁଥିବା ବେଳେ ଟ୍ରେନ ଧକ୍କାରେ ବଲାଙ୍ଗିର ପୂର୍ବତନ ସାଂସଦଙ୍କ ପୁଅଙ୍କ ମୃତ୍ୟୁ | News Room Odisha

ପ୍ରାତଃ ଭ୍ରମଣ କରୁଥିବା ବେଳେ ଟ୍ରେନ ଧକ୍କାରେ ବଲାଙ୍ଗିର ପୂର୍ବତନ ସାଂସଦଙ୍କ ପୁଅଙ୍କ ମୃତ୍ୟୁ

ସୋନପୁର – ଟ୍ରେନ୍‌ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ବୟସ ୫୦ ବର୍ଷ ହେବ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଆଜି ଭୋରରୁ ଅବିନାଶ ମର୍ଣ୍ଣିଂ ୱାକରେ ବାହାରିଥିଲେ। ଡୁଙ୍ଗୁରିପାଲି ରାମପୁର ରାସ୍ତାର ଡୁଙ୍ଗୁରିପାଲି ରେଲୱେ କ୍ରସିଂ ଫାଟକ ଟ୍ରେନ ଆସିବା ପାଇଁ ବନ୍ଦ ଥିଲା। ହେଲେ ଅବିନାଶ ଫାଟକ ଭିତରକୁ ପଶି ଏପଟରୁ ସେପଟକୁ ଯାଉଥିବା ବେଳେ ବରପାଲି ପଟରୁ ଆସୁଥିବା ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା I ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।