ବରଗଡ ୨୮ / ୦୧ : ବରଗଡ଼ ଜିଲ୍ଲାର ଭଟଲି ବ୍ଲକର ଭଡ଼ିଗାଁରେ ସ୍ବାମୀ ଓ ସ୍ତ୍ରୀ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ ସ୍ଵାମୀ ଜଣକ ହେଲେ ରଘୁମଣି ଭୁଏ ( ୫୦ ) ଓ ସ୍ବୀ ପଦିଷ୍ଠା ଭୁଏ ( ୪୭ ) । ସ୍ଵାମୀ ବାରଣ୍ଡାରେ ଏବଂ ସ୍ତ୍ରୀ ରୋଷେଇ ଘରେ ପ୍ଲାଷ୍ଟିକ ରାଶିରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ପୁଲିସ ସୃଷ୍ଟି କରିଛି । ତେବେ ଯାଞ୍ଚ ଜାରି ଥିବାରୁ ପରେ ସୂଚନା ଦେବାକୁ ପୁଲିସ ସୃଷ୍ଟି କରିଛି ।
ସୂଚନାମତେ ଗତ ଡ଼ିସେମ୍ବର ୨ ତାରିଖରେ ଝିଅ ସସ୍ମିତାଙ୍କ ହତ୍ୟା କରାଯାଇଥିଲା । ଏହାପରେ ସ୍ବାମୀ – ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଅନ୍ୟ ପଟେ ହତ୍ୟାଘଟଣାରେ ଯୁବକ ଗିରଫ ହୋଇ ଜେଲ୍ ଯାଇଥିଲା। ତେବେ ବିଳମ୍ବିତ ରାତିରେ ଗତକାଲି ବିଳମ୍ବିତ ରାତିରେ ସ୍ବାମୀ – ସ୍ତ୍ରୀଙ୍କ ଆତ୍ମହତ୍ୟା କରିବା ପରେ ସନ୍ଦେହ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖୁଛି ।