ଗିନିଜ ବୁକ ଅଫ ରେକର୍ଡସରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ | News Room Odisha

ଗିନିଜ ବୁକ ଅଫ ରେକର୍ଡସରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଭୁବନେଶ୍ବର – ରାଉରକେଲାରେ ୨୦,୦୧୧  ବସିବା କ୍ଷମତା ବିଶିଷ୍ଟ ନବ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌ ଗିନିଜ ବୁକ୍‌ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଛି। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଖବର ଜଣାଇବା ବେଳର ଏକ ଭିଡିଓ ପୋଷ୍ଟ କରିଛନ୍ତି। ନବୀନ ନିବାସରେ ପହଞ୍ଚି ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଏହି ଖବର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଖବରରେ ଉଲ୍ଲସିତ ହେବା ସହ ରାଜ୍ୟବାସୀଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ୧୫ ମାସ ମଧ୍ୟରେ ଷ୍ଟାଡିୟମ୍‌ ନିର୍ମାଣ ହୋଇଥିବାରୁ ଏହା ରାଜ୍ୟ ପାଇଁ ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଥିଲେ।