ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ କଲେ ପୋଲିସ ଏଏସଆଇ, ଭୁବନେଶ୍ୱରକୁ ଏୟାରଲିଫ୍ଟ ହେଉଛନ୍ତି ଗୁରୁତର ଆହତ ମନ୍ତ୍ରୀ | News Room Odisha

ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ କଲେ ପୋଲିସ ଏଏସଆଇ, ଭୁବନେଶ୍ୱରକୁ ଏୟାରଲିଫ୍ଟ ହେଉଛନ୍ତି ଗୁରୁତର ଆହତ ମନ୍ତ୍ରୀ

ବ୍ରଜରାଜନଗର – ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ କରାଯାଇଥିବା ଖବର ମିଳିଛି। ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି ।ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି । ଗାନ୍ଧିଛକ ଫାଣ୍ଡି ଏଏସଆଇ ଗୋପାଳ କୃଷ୍ଣ ଦାସ ମନ୍ତ୍ରୀଙ୍କୁ ଗୁଳିମାଡ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି। ଗୁରୁତର ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡ଼ା ହସ୍ପିଟାଲ ନିଆଯାଇଥିଲା । ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଉଥିବା ସୂଚନା ମିଳିଛି । ତାଙ୍କ ଛାତିରେ ଗୁଳି ବାଜିଥିବା କୁହାଯାଉଛି ।ଗୁଳି ଚଳାଇଥିବା ଏଏସ ଆଇଙ୍କୁ କାବୁ କରାଯାଇ ପଚରାଉଚରା କରାଯାଉଛି । ସେ କାହିଁକି ଗୁଳିମାଡ଼ କଲେ, ତାହା ସ୍ପଷ୍ଟ ହୋଇନାହିଁ।