ମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ପାଇଁ ପହଞ୍ଚିଲା ଏୟାର ଆମ୍ବୁଲାନ୍ସ  | News Room Odisha

ମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ପାଇଁ ପହଞ୍ଚିଲା ଏୟାର ଆମ୍ବୁଲାନ୍ସ 

ଝାରସୁଗୁଡ଼ା: ଗୁଳିମାଡରେ ଆହତ ମନ୍ତ୍ରୀ ନବ ଦାସଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସ ଆସି ଝାରସୁଗୁଡ଼ାରେ ପହଞ୍ଚି ସାରିଛି। ସେପଟେ ଶ୍ରୀ ଦାସଙ୍କ ସହ ଭୁବନେଶ୍ବର ଯିବାକୁ ଏକ ଡାକ୍ତରୀ ଟିମ୍ ମଧ୍ଯ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ତାଙ୍କ ଛାତିରେ ଗୋଟିଏ ଗୁଳି ବାଜିଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି।