ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଆପୋଲୋ ଅଣାଗଲା, ଚିକିତ୍ସା ବ୍ୟବସ୍ଥାର ତଦାରଖ କଲେ ମୁଖ୍ୟମନ୍ତ୍ରୀ | News Room Odisha

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଆପୋଲୋ ଅଣାଗଲା, ଚିକିତ୍ସା ବ୍ୟବସ୍ଥାର ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜଣେ ଏଏସଆଇଙ୍କ ଗୁଳିମାଡ଼ରେ ଆହତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଅଣାଯାଇଛି । ତାଙ୍କୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଏୟାରଫିଲ୍ଡ କରାଯାଇଥିଲା । ଭୁବନେଶ୍ୱର ବିମାନ ବନ୍ଦରରୁ ଗ୍ରୀନ କରିଡରରେ ନବ ଦାସଙ୍କୁ ଆପୋଲୋ ହସ୍ପିଟାଲ ନିଆଯାଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିକିତ୍ସା ପାଇଁ ୫ ଜଣିଆ ଡାକ୍ତରୀ ଟିମ ପ୍ରସ୍ତୁତ ହୋଇ ରହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲୋ ହସ୍ପିଟାଲ ଯାଇ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି। ଆଜି ବ୍ରଜରାଜନଗର ଗାନ୍ଧିଛକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଏବେ ଏଏସଆଇ ଗୋପାଳ କୃଷ୍ଣ ଦାସ ମନ୍ତ୍ରୀଙ୍କ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲେ।