ହକି ବିଶ୍ୱକପ : ଅଷ୍ଟ୍ରେଲିଆକୁ ହରାଇ ତୃତୀୟ ସ୍ଥାନ ହାସଲ କଲା ନେଦରଲ୍ୟାଣ୍ଡସ | News Room Odisha

ହକି ବିଶ୍ୱକପ : ଅଷ୍ଟ୍ରେଲିଆକୁ ହରାଇ ତୃତୀୟ ସ୍ଥାନ ହାସଲ କଲା ନେଦରଲ୍ୟାଣ୍ଡସ

ଭୁବନେଶ୍ୱର – ହକି ବିଶ୍ୱକପରେ ନେଦରଲ୍ୟାଣ୍ଡସ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ ହାସଲ କରିଛି । ଦୁଇ ପରାଜିତ ସେମିଫାଇନାଲିଷ୍ଟ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ନେଦରଲ୍ୟାଣ୍ଡସ ଅଷ୍ଟ୍ରେଲିଆକୁ ୩-୧ ଗୋଲରେ ହରାଇଛି । ଅଷ୍ଟ୍ରେଲିଆ ପ୍ରଥମାର୍ଦ୍ଧରେ ଗୋଲ ଦେଇ ଆଗୁଆ ରହିଥିଲା । କିନ୍ତୁ ଡଚ୍ ଟିମ୍ ସଫଳ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟାର୍ଦ୍ଧରେ ତିନିଟି ଗୋଲ ସ୍କୋର କରି ୩-୧ ଗୋଲରେ ବିଜୟୀ ହୋଇଥିଲା । ୨୦୧୮ ସଂସ୍କରଣରେ ନେଦରଲ୍ୟାଣ୍ଡସ, ବେଲଜିୟମଠାରୁ ହାରି ରନର୍ସଅପ ହୋଇଥିଲା । ଏଥର ବିଶ୍ୱକପରେ ନେଦରଲ୍ୟାଣ୍ଡସ ବେଲଜିୟମ ଓ ଅଷ୍ଟ୍ରେଲିଆ ଜର୍ମାନୀ ଠାରୁ ପରାସ୍ତ ହୋଇଥିଲା।