ଗିରଫ ପରେ ଚାକିରିରୁ ବିଦା ହେଲେ ଏଏସଆଇ ଗୋପାଳକୃଷ୍ଣ  | News Room Odisha

ଗିରଫ ପରେ ଚାକିରିରୁ ବିଦା ହେଲେ ଏଏସଆଇ ଗୋପାଳକୃଷ୍ଣ 

ଭୁବନେଶ୍ୱର – ଚାକିରିରୁ ବହିଷ୍କୃତ ହୋଇଛନ୍ତି ନବ ଦାସଙ୍କୁ ଗୁଳି କରିଥିବା ଏଏସଆଇ ଗୋପାଳକୃଷ୍ଣ ଦାସ । ଗୋପାଳକୃଷ୍ଣଙ୍କୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି । ଧାରା ୩୧୧ ଅନୁସାରେ ଗୋପାଳକୁ ଚାକିରିରୁ ବହିଷ୍କାର କରାଯାଇଛି । ଗାନ୍ଧିଛକ ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟରତ ଥିଲେ ଗୋପାଳ । ଗତକାଲି ନବ କିଶୋର ଦାସଙ୍କୁ ଗୁଳି କରିଥିଲେ ଗୋପାଳ । ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା । ଆଜି ଗୋପାଳଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।