ନବ ଦାସ ହତ୍ୟା ତଦନ୍ତ ମାମଲା: ତଦାରଖ ପାଇଁ ହାଇକୋର୍ଟକୁ ଚିଠି ଲେଖିଲେ ରାଜ୍ୟ ସରକାର | News Room Odisha

ନବ ଦାସ ହତ୍ୟା ତଦନ୍ତ ମାମଲା: ତଦାରଖ ପାଇଁ ହାଇକୋର୍ଟକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର – ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ମାମଲାର ତଦନ୍ତର ତଦାରଖ ପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର | ତଦନ୍ତର ତଦାରଖ ପାଇଁ କାର୍ଯ୍ୟରତ ବା ଅବସରପ୍ରାପ୍ତ ବିଚାରପତି କିମ୍ବା ଜିଲ୍ଲା ଜଜଙ୍କୁ ନିଯୁକ୍ତ କରିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି | ଏହା ଏକ ସମ୍ବେଦନଶୀଳ ମାମଲା । ଗୁଳିମାଡ଼ରେ ପୋଲିସ ଅଫିସର ସଂପୃକ୍ତ ଥିବାରୁ ତଦନ୍ତରେ ସ୍ୱଛତା ଅବଲମ୍ବନ ଜରୁରୀ ବୋଲି ରାଜ୍ୟ ସରକାର ଚିଠିରେ ଦର୍ଶାଇଛନ୍ତି।

ଏଣେ ନବ ଦାସଙ୍କୁ ହତ୍ୟା ଘଟଣାରେ ଏଏସଆଇଙ୍କୁ ଗିରଫ କରାଯାଇ ଝାରସୁଗୁଡ଼ା ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ଆବାସିକ କୋର୍ଟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ପରେ ତାଙ୍କୁ ଝାରସୁଗୁଡ଼ା ସବ ଜେଲ୍ ନିଆଯାଇଛି ।