ଆମ୍ବୁଲାନ୍ସ ସହ ପିଟି ହେଲା ବସ, ୩ଗୁରୁତର | News Room Odisha

ଆମ୍ବୁଲାନ୍ସ ସହ ପିଟି ହେଲା ବସ, ୩ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ଠାରେ ରାତ୍ର ୧୦ ଟା ସମୟରେ ଆମ୍ବୁଲାନ୍ସ ସହ ପିଟି ହେଲା ଘରୋଇ ବସ ମିନାର୍ । ଫଳରେ ଆମ୍ବୁଲାନ୍ସ ଚଳକ ନିତ୍ୟାନନ୍ଦ ଲେଙ୍କାଙ୍କ ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ବସଟି ଭୁବନେଶ୍ୱର ଯାଉଥିବା ବେଳେ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।