ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ, ୨ ଆହତ | News Room Odisha

ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ, ୨ ଆହତ

କଟକ- କଟକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ନିକଟରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲାଗିଯାଇଛି । ବ୍ୟବସାୟ ପ୍ରତିଷ୍ଠାନର ରେକର୍ଡ ରୁମ୍‌ରେ ଏହି ନିଆଁ ଲାଗି ୨ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି।

ବ୍ୟବସାୟ ପ୍ରତିଷ୍ଠାନରେ ଥିବା ଗାଡ଼ି ମଧ୍ୟ ନିଆଁରେ ଜଳି ଯାଇଛି। କେଉଁ କାରଣରୁ ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।