ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସାଉଥକୋ ଇଲେକ୍ଟ୍ରିକାଲ ଜିଏମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | News Room Odisha

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସାଉଥକୋ ଇଲେକ୍ଟ୍ରିକାଲ ଜିଏମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ସାଉଥକୋ ଇଲେକ୍ଟ୍ରିକାଲ ଜେନେରାଲ ମ୍ୟାନେଜର ପ୍ରମୋଦ ଚୌଧୁରୀଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ମିଳିଥିବା ସୂଚନା ଅନୁସାରେ ପ୍ରମୋଦଙ୍କ ୧୦ଟି ଠିକଣାରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ତିନି ଡିଏସପି, ୧୨ ଇନସପେକ୍ଟର ସାମିଲ ଅଛନ୍ତି।

ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ସିଦ୍ଧାର୍ଥ ନଗର ପ୍ରଥମ ଲେନ ସ୍ଥିତ ପ୍ରମୋଦଙ୍କ ତିନି ମହଲା କୋଠା, ଆଙ୍କୁଲି ଶଶିଭୂଷଣ ନଗର ତୃତୀୟ ଲେନରେ ଥିବା ଦୁଇ ମହଲା କୋଠା, ଗୋପାଳପୁର ଥାନା ଅନ୍ତର୍ଗତ ହରିପୁର ଗାଁରେ ଥିବା ଦୁଇ ମହଲା କୋଠା, ବ୍ରହ୍ମପୁର ନିକଟସ୍ଥ ଗଉଞ୍ଜୁ ଗାଁରେ ଶିବ ମନ୍ଦିର ପଛପଟେ ଥିବା ଫାର୍ମ ହାଉସ, ବ୍ରହ୍ମପୁର ଲୋଚାପଡା ମେନ୍ ରୋଡରେ ଥିବା ଘର, ପୁରୀ ଜିଲ୍ଲା ପିପିଲିରେ ଥିବା ଗୋଟିଏ ଫ୍ଲାଟ୍, ବ୍ରହ୍ମପୁର ଆମ୍ବପୁଆରେ ଥିବା ଗୋଟିଏ ଫ୍ଲାଟ୍, ଗଞ୍ଜାମ ଜିଲ୍ଲାରେ ବାଳକୃଷ୍ଣପୁରରେ ଥିବା ପୈତୃକ ଘର, ଲୋଚାପଡା ମେନ୍ ରୋଡରେ ଥିବା ମା’ ଭୈରବୀ ଟ୍ରେଡର୍ସର ଅଫିସ ବିଲଡିଂ ଓ ବ୍ରହ୍ମପୁର କୋର୍ଟପେଟା ସ୍ଥିତ ଟିପିଏସଓଡିଏଲ କର୍ପୋରେଟ ଅଫିସରେ ଥିବା ପ୍ରମୋଦଙ୍କ ଅଫିସ ଚାମ୍ବରରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।