ରାଜ୍ୟର ୪ଟି ନୂଆ ବିମାନବନ୍ଦର ପାଇଁ ୫୦ ଅଗ୍ନିଶମ ସେବା କର୍ମଚାରୀ ପଦକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ | News Room Odisha

ରାଜ୍ୟର ୪ଟି ନୂଆ ବିମାନବନ୍ଦର ପାଇଁ ୫୦ ଅଗ୍ନିଶମ ସେବା କର୍ମଚାରୀ ପଦକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର – ରାଜ୍ୟର ୪ଟି ନୂଆ ବିମାନ ବନ୍ଦରରେ ୫୦ ଜଣ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମୁମୋଦନ ପ୍ରଦାନ କରିଛନ୍ତି। ଉଡାନ ଯୋଜନା ଅଧୀନରେ ଚାରିଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏହି ବିମାନ ବନ୍ଦରଗୁଡ଼ିକ ହେଉଛି ଝାରସୁଗୁଡା, ଉତକେଲା, ରାଉରକେଲା ଏବଂ ଜୟପୁର।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଥିବା ୫୦ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କ ମଧ୍ୟରୁ ୯ ଜଣ ଲେଖାଏଁ ଉତକେଲା ଓ ଜୟପୁରରେ ନିଯୁକ୍ତି ପାଇବାକୁ ଥିବା ବେଳେ ଝାରସୁଗୁଡା ଓ ରାଉରକେଲା ବିମାନ ବନ୍ଦରରେ ୧୬ ଜଣ ଲେଖାଏଁ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି ପାଇବେ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ତିନିଟି ଅଗ୍ନିଶମ କେନ୍ଦ୍ର ରାଜ୍ୟର ତିନିଟି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହୋଇଛି । କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲରେ ତିନିଟି ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏହାଛଡା ଭଦ୍ରକର ତିହିଡି ଏବଂ ଯାଜପୁର ଜିଲ୍ଲାର ବରୁଆଁରେ ଫାୟାର ଷ୍ଟେସନ୍ କାର୍ଯ୍ୟକ୍ଷମ ହୋଇଛି।