ବଦଳିଲେ ବ୍ରଜରାଜନଗର ଆଇଆଇସି ଓ ଏସଆଇ, ନବ ଦାସଙ୍କ ପିଏସଓ ନିଲମ୍ବିତ | News Room Odisha

ବଦଳିଲେ ବ୍ରଜରାଜନଗର ଆଇଆଇସି ଓ ଏସଆଇ, ନବ ଦାସଙ୍କ ପିଏସଓ ନିଲମ୍ବିତ

ଭୁବନେଶ୍ୱର – ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ବ୍ରଜରାଜନଗର ଆଇଆଇସି ଓ ସବ୍‌ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ସବ୍ ଇନ୍ସପେକ୍ଟର ଶଶିଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସମ୍ବଲପୁର ଇନ୍ସପେକ୍ଟର ଧବଳେଶ୍ଵର ସାହୁଙ୍କୁ ଝାରସୁଗୁଡ଼ା ପଠାଯାଇଛି । ଏଣେ ନବଦାସଙ୍କ ପିଏସଓ ଥିବା ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଛି।