ନବ ଦାସଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ପୋଲିସ ମହାସଂଘର ଦୁଃଖ ପ୍ରକାଶ, ବିରୋଧୀ ଦଳ ନେତାଙ୍କ ବୟାନକୁ ନିନ୍ଦା | News Room Odisha

ନବ ଦାସଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ପୋଲିସ ମହାସଂଘର ଦୁଃଖ ପ୍ରକାଶ, ବିରୋଧୀ ଦଳ ନେତାଙ୍କ ବୟାନକୁ ନିନ୍ଦା

ଭୁବନେଶ୍ୱର: ସ୍ବର୍ଗତ ନବ ଦାସଙ୍କ ମୃତ୍ୟୁ ଘଟଣାକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛି ରାଜ୍ୟ ପୋଲିସ ମହାସଂଘ। ମାନ୍ୟବର ବିଧାୟକ ତଥା ବିରୋଧୀ ଦଳ ନେତା ଯେଉଁ ବୟାନ ଦେଇଛନ୍ତି ଯେ ରାଜ୍ୟ ପୋଲିସ ଜାତୀୟ ସମସ୍ତେ ଆପରାଧକ କାର୍ଯ୍ୟରେ ଲିପ୍ତ ଏହା ଦୁର୍ଭାଗ୍ୟଜନକ କଥା।

ଜଣେ ଉଚ୍ଚପଦସ୍ଥ ନେତା ପଦରେ ଥାଇ ଏଭଳି ବୟାନ ଦେବା ଏହା ଏକ ନିନ୍ଦନୀୟ ଘଟଣା। ୯୦ ହଜାର ପୋଲିସ କର୍ମଚାରୀଙ୍କ ମନୋବଳ ଦୁର୍ବଳ ହେବ । ଓଡ଼ିଶା ପୋଲିସ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ୨୪ଘଣ୍ଟା କାର୍ଯ୍ୟ କରେ । କିନ୍ତୁ ମାନ୍ୟବର ବିରୋଧୀଦଳ ନେତା ସାମ୍ବିଧାନିକ ପଦ ପଦବୀରେ ରହି ଏଭଳି ବୟାନ ଦେବା ଅନୁଚିତ। ଏହି ବୟାନ ବିରୋଧୀ ଦଳ ନେତା ତାଙ୍କର ବୟାନ ପ୍ରତ୍ୟାହାର କରିବାକୁ ଦାବି କରିଛି ରାଜ୍ୟ ପୋଲିସ ମହାସଂଘର ରାଜ୍ୟ ପୋଲିସ ମହାସଂଘର ସାଧାରଣ ସମ୍ପାଦକ ପଞ୍ଚାନନ ବେହେରା , ଓଡ଼ିଶା ପୋଲିସ ଆସୋସିଏସନ୍ କାର୍ଯ୍ୟକାରୀ ସମ୍ପାଦକ ଉମେସ ଚନ୍ଦ୍ର ସାହୁ ।