ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଆହତ | News Room Odisha

ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଆହତ

ଆନନ୍ଦପୁର – ମହୁମାଛି ଆକ୍ରମଣରେ ବିଧାୟକ ଆହତ । ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ମହକୁମା ଆକ୍ରମଣରେ ଆହତ ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସାପରେ ବିଧାୟକ ସୁସ୍ଥ ଥିବା ଜଣାପଡିଛି।
ଆଜି ସକାଳେ ବିଧାୟକ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ବ୍ଲକ ଅଫିସ ନିକଟରେ ତାଙ୍କୁ ମହୁମାଛିମାନେ ଆକ୍ରମଣ କରିଥିଲେ। ବିଧାୟକ ସେ ସ୍ଥାନରୁ ଦୌଡ଼ି ପଳାଇଥିଲେ। ତାଙ୍କପରେ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବିଧାୟକଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା । ଅନ୍ୟ କିଛି ଲୋକ ମଧ୍ୟ ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି ।