ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ | News Room Odisha

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ

ଯାଜପୁର – ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ । ଯାଜପୁର ଖରସ୍ରୋତା ପୋଲ ଉପରେ ବାଇକରେ ଯାଉଥିବା ବେଳେ ଅର୍ଜୁନ ଚରଣ ଦାସଙ୍କ ଉପରେ ଏକ ହାଇଓ୍ବା ମାଡ଼ି ଯାଇଥିଲା ।ଏହି ଦୁର୍ଘଟଣାରେ ଅର୍ଜୁନ ଚରଣ ଦାସଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କର ସହଯୋଗୀ ଅନନ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଯାଜପୁର ସଦର ପୋଲିସ ବାଲି ବୋଝେଇ ହାଇୱାକୁ ଜବତ କରିଥିଲେ ମଧ୍ୟ ଚାଳକ ଫେରାର ହୋଇଯାଇଛି ।

ଅର୍ଜୁନ ଚରଣ ଦାସ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ୨୦୦୦ ଯାଏଁ କଂଗ୍ରେସ ବିଧାୟକ ଥିଲେ।