ଗୋପାଳ ଦାସଙ୍କ ସାନି ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ | News Room Odisha

ଗୋପାଳ ଦାସଙ୍କ ସାନି ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା – ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ତ୍ୱରାନ୍ୱିତ କରିଥିବା ବେଳେ ଆଜି ଅଭିଯୁକ୍ତ ଗୋପାଳ ଦାସଙ୍କ ରିମାଣ୍ଡ ଶେଷ ହେଉଛି। ଏଣେ ଝାରସୁଗୁଡ଼ା ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ଗୋପାଳ ଦାସଙ୍କ ସାନି ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡର କାରଣ ଜଣାପଡିନଥିବାରୁ ଗୋପାଳ ଦାସଙ୍କୁ ଅଧିକ ପଚରାଉଚରା ପାଇଁ ସାନି ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ। ଏଣେ ତଦନ୍ତର ତଦାରଖ ପାଇଁ ନିଯୁକ୍ତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପହଞ୍ଚି ମାମଲାର ତଦନ୍ତର ଅଗ୍ରଗତି ସଂପର୍କରେ ଅବଗତ କରାଇଛନ୍ତି।