କନ୍ଧମାଳ ପୋଲିସକୁ ବଡ ସଫଳତା, ଆନ୍ତଃ ଜିଲ୍ଲା ଚୋର ଗ୍ୟାଙ୍ଗ କାବୁ | News Room Odisha

କନ୍ଧମାଳ ପୋଲିସକୁ ବଡ ସଫଳତା, ଆନ୍ତଃ ଜିଲ୍ଲା ଚୋର ଗ୍ୟାଙ୍ଗ କାବୁ

କନ୍ଧମାଳ: କନ୍ଧମାଳ ପୁଲିସର ବଡ଼ ସଫଳତା। ଦୀର୍ଘ ୪-୫ ମାସ ଧରି ନାକେଦମ୍ କରି ରଖିଥିବା ଆନ୍ତଃ ଜିଲ୍ଲା ଚୋରା ରାକେଟ କୁ କାବୁ କରିଛି ପୁଲିସ।ଜିଲ୍ଲା ପୁଲିସର ୭ଟି ଦଳ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ ତଦନ୍ତ କରିବା ପରେ ଏହି ଗ୍ୟାଙ୍ଗ ର ମୁଖ୍ୟ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଶିଶୁଆ ଗାଁର ସାଗର ବିଶ୍ଵାଳ କୁ ଗିରଫ କରିବା ସହିତ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର କମ୍ପ୍ୟୁଟର,ପ୍ରିନ୍ତର,ଜେନେରେଟର, ପ୍ରଭୃତି ଜବତ କରିଛି ପୁଲିସ ଟିମ୍।

ଏମାନଙ୍କ ବିରୋଧରେ ତଦନ୍ତ ଜାରି ରହିଛି ଏବଂ ଅଧିକ ଗିରଫଦାରୀ ଆଗକୁ ହେବ ବୋଲି ସଦର ଥାନା ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ ପି ଶୁଭେନ୍ଦୁ ପାତ୍ର। ୨୦ ରୁ ଅଧିକ ମାମଲା ରେ ଏମାନଙ୍କ ସଂପୃକ୍ତି ରହିଛି ଏବଂ ମୁଖ୍ୟତଃ ପଞ୍ଚାୟତ,ସ୍କୁଲ,ଜନସେବା କେନ୍ଦ୍ର,ଦୋକାନ ପ୍ରଭୃତିରୁ ଚୋରି କରୁଥିଲେ ଏହି ଗ୍ୟାଙ୍ଗ ବୋଲି ଏସ ପି କହିଛନ୍ତି। ଅନ୍ୟ ଗିରଫ ମାନେ ହେଲେ ଗଞ୍ଜୁଗୁଡ଼ାର ମଙ୍ଗୁଲୁ ପ୍ରଧାନ,ଖଜୁରୀପଡ଼ା ଲମ୍ବାବାଲିର ମହେଶ୍ୱର ବେହେରା,ପକାନାଗାଁ ର ନିରଞ୍ଜନ କହଁର ଓ ମଜୁରିବିଡାର ଆଲୋକ ମୁନି।