ନବ ଦାସ ହତ୍ୟା ମାମଲା: ଗୋପାଳକୁ ନେଇ କ୍ରାଇମବ୍ରାଞ୍ଚର ସିନ୍ ରିକ୍ରିଏସନ  | News Room Odisha

ନବ ଦାସ ହତ୍ୟା ମାମଲା: ଗୋପାଳକୁ ନେଇ କ୍ରାଇମବ୍ରାଞ୍ଚର ସିନ୍ ରିକ୍ରିଏସନ 

ବ୍ରଜରାଜନଗର: ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ଅଭିଯୁକ୍ତ ଗୋପାଳ ଦାସକୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଛି। ଆଜି ଅପରାହ୍ନରେ କ୍ରାଇମବ୍ରାଞ୍ଚର ଏକ ଟିମ୍ କଡା ସୁରକ୍ଷା ବଳୟ ମଧ୍ଯରେ ଗୋପାଳକୁ ଆଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋପାଳର ମୁହଁକୁ ଏକ ଗାମୁଛାରେ ଆଂଶିକ ଭାବେ ଘୋଡାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ସିନ୍ ରିକ୍ରିଏସନ ପାଇଁ ତା ହାତରେ ଏକ ନକଲି ବନ୍ଧୁକ ଦିଆଯାଇଥିବା ବେଳେ ଏକ ଇନୋଭା କାର୍ ମଧ୍ଯ ବ୍ଯବହାର କରାଯାଇଥିଲା। ଗୋପାଳ ଟିକିନିକି ଘଟଣା ବର୍ଣନା କରିଥିଲା। ଲୋକଙ୍କ ଭିଡ ଭିତରେ କିପରି ତାର୍ ବାମ ପଟ ଅଣ୍ଟାର ଗନ୍ କ୍ୟାରିୟରରୁ ବନ୍ଧୁକ କାଢି ଡାହାଣ ହାତରେ ନେଇ ଗୁଳି ଫୁଟାଇ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ତାହାର ଡେମୋ ଦେଖାଇଛି ଗୋପାଳ। ତେବେ ଏହି ସିନ୍ ରିକ୍ରିଏସନ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ ଲାଗି ରହିଛି। କ୍ରାଇମବ୍ରାଞ୍ଚ ଟିମ୍ ଏହି ସିନ୍ ରିକ୍ରିଏସନ ବେଳେ ଘଟଣାର ସବୁ ବୈଷୟିକ ଅନୁଶୀଳନ କରିଥିବା ଦେଖିବାକୁ ମିଳିଛି।