ନବ ଦାସ ହତ୍ୟା ମାମଲା : କ୍ରାଇମସ୍ପଟ ପରିଦର୍ଶନ କରିପାରନ୍ତି ଜଷ୍ଟିସ ଜେ.ପି ଦାସ | News Room Odisha

ନବ ଦାସ ହତ୍ୟା ମାମଲା : କ୍ରାଇମସ୍ପଟ ପରିଦର୍ଶନ କରିପାରନ୍ତି ଜଷ୍ଟିସ ଜେ.ପି ଦାସ

କଟକ – ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତର ତଦାରଖ ଦାୟିତ୍ଵରେ ଥିବା ହାଇକୋର୍ଟରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ ଆଜି ଝାରସୁଗୁଡାରେ ପହଞ୍ଚିଛନ୍ତି । ଆସନ୍ତାକାଲି ବ୍ରଜରାଜନଗର ଗାନ୍ଧିଛକ ପରିଦର୍ଶନ କରିପାରନ୍ତି ଜଷ୍ଟିସ ଦାସ।

ହାଇକୋର୍ଟ ପ୍ରୋସିଜର ଅନୁସାରେ ମାମଲାର ତଦନ୍ତ ହେଉଛି ବୋଲି ଜଷ୍ଟିସ ଦାସ ଝାରସୁଗୁଡ଼ା ଯିବା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ କହିଛନ୍ତି।ବିଭିନ୍ନ ତଦନ୍ତକାରୀ ଅଧିକାରୀଙ୍କ ସହ ପ୍ରଥମେ ଆଲୋଚନା କରିବେ ସେ କହିଛନ୍ତି ।