ଖୋର୍ଦ୍ଧା ତୋଟାପଡା ଛକରୁ ୫୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ | News Room Odisha

ଖୋର୍ଦ୍ଧା ତୋଟାପଡା ଛକରୁ ୫୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା – ଆଦର୍ଶଥାନା ପୋଲିସ ତୋଟାପଡା ଛକରେ ଚଢଉ କରି ୫୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ଜଣେ ମହିଳା ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫମାନେ ହେଲେ ସଦରଥାନା ଅନ୍ତର୍ଗତ ରାମଚଣ୍ଡୀ ଦୁର୍ଗାପ୍ରସାଦ ଗ୍ରାମର ସୁଷମା ମଲିକ (୩୬), ତାଙ୍କ ସ୍ୱାମୀ ଶିବ ମଲିକ (୪୨), ପୁଅ ଜୟପ୍ରକାଶ ମଲିକ ଓରଫ ବଳିଆ (୨୧) ଏବଂ ନୟାଗଡ ଜିଲ୍ଲା ରଣପୁର ଥାନା ମହତପଲା ଗ୍ରାମର ପ୍ରତାପ କୁମାର ମହାପାତ୍ର(୩୩) । ଏମାନଙ୍କ ଠାରୁ ପୋଲିସ ୫୬୦ ଗ୍ରାମ ବ୍ରାଉନସୁଗାର ସମେତ ଏକ ଅଟୋ ଜବତ କରିଥିବା ଏସପି ସିଦ୍ଧାର୍ଥ କଟ୍ଟାରିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ତୋଟାପଡା ଛକଠାର ବ୍ରାଉନସୁଗାର ଡିଲ ହେଉଥିବା ଖବର ପାଇ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଦର୍ଶଥାନା ପୋଲିସ ଚଢଉ କରିଥିଲା । ଗିରଫ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।