କୋଟିଏ ଟଙ୍କାର ଅଫିମ ଜବତ | News Room Odisha

କୋଟିଏ ଟଙ୍କାର ଅଫିମ ଜବତ

ବାଲେଶ୍ଵର – ଅବକାରୀ ବିଭାଗକୁ ବଡ଼ ସଫଳତା। ୬୦ ନମ୍ବର ଜାତୀୟ ରାଜପଥ ଅମର୍ଦ୍ଦାରୋଡ଼ ବାଇପାସ ନିକଟରୁ ପ୍ରାୟ ୧ କୋଟି ଟଙ୍କାର ଅଫିମ ଜବତ କରିଛି ବସ୍ତା ଅବକାରୀ ବିଭାଗ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଅମର୍ଦାରୋଡ ବାଇପାସ ନିକଟରୁ ବସ୍ତା ଓ ଜଳେଶ୍ୱର ଅବକାରୀ ବିଭାଗ ଏବଂ ଅବକାରୀ ସ୍ୟାଟଲାଇଟ ୟୁନିଟ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ୯୯୦ ଗ୍ରାମର ଅଫିମ ଜବତ କରାଯିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ଜବତ ଅଫିମର ଆନୁମାନିକ ମୂଲ୍ୟ ୯୯ ଲକ୍ଷ ଟଙ୍କାରୁ ଅଧିକ ହେବ । ଗିରଫ ହୋଇଥିବା ବ୍ୟବସାୟୀ ଜଣକ ବସ୍ତା ଥାନା ତଳ ତାପଣ୍ଡା ଗ୍ରାମର ଜଳଧର ରାଉତ ବୋଲି ସୂଚନା ମିଳିଛି । ଏ ନେଇ ଖୋଳତାଡ଼ ଜାରି ରହିଛି।