ହେପାଜତରେ ମୃତ୍ୟୁ ମାମଲା, ନିଲମ୍ବିତ ହେବେ ଗିରଫ ୬ ବନ କର୍ମଚାରୀ | News Room Odisha

ହେପାଜତରେ ମୃତ୍ୟୁ ମାମଲା, ନିଲମ୍ବିତ ହେବେ ଗିରଫ ୬ ବନ କର୍ମଚାରୀ

ଆଠଗଡ – ଆଠଗଡ଼ ହେପାଜତ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯିବ । ବନ ବିଭାଗ ହେପାଜତ ମୃତ୍ୟୁ ମାମଲାରେ ଜଣେ ରେଞ୍ଜର, ୨ ଫରେଷ୍ଟର ଓ ୩ ଫରେଷ୍ଟ ଗାର୍ଡଙ୍କୁ ଗିରଫ କରାଯାଇଛି । ଫରେଷ୍ଟ ଗାର୍ଡ ଓ ଫରେଷ୍ଟରଙ୍କୁ ଡିଏଫଓ ନିଲମ୍ବିତ କରିବେ ଏବଂ ରେଞ୍ଜରଙ୍କ ନିଲମ୍ବନ ମୁଖ୍ୟାଳୟରୁ ହେବ। ଏହି ମାମଲାରେ ବନ ବିଭାଗ ସହଯୋଗରେ ପୋଲିସର ତଦନ୍ତ ଜାରି ରହିଛି। ଯାହାର ମୃତ୍ୟୁ ହୋଇଛି ସେ ଜଣେ ଅଭ୍ୟାସଗତ ଅପରାଧୀ। ଏହି ମାମଲାରେ ସମ୍ପୃକ୍ତ ଥିଲେ କି ନାହିଁ ସ୍ପଷ୍ଟ ହୋଇନାହିଁ। ହାତୀ ଦାନ୍ତ ମାମଲାର ତଦନ୍ତ ସମାନ୍ତରାଳ ଭାବେ ଜାରି ରହିବ ବୋଲି ପ୍ରତିକ୍ରିୟା ପିସିସିଏଫ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି।